ଭୁବନେଶ୍ୱର : କଟକ ରୋଡ୍ ହୋଟେଲରେ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ । ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଏହା ସହ ଘଟଣାର ତଦନ୍ତ କରି 15 ଦିନ ଭିତରେ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କଟକରୋଡ୍ରେ ଥିବା ହୋଟେଲ୍ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଜବତ ହୋଇଥିଲା । ଶୁଭଲକ୍ଷ୍ମୀ ଶୁକ୍ରବାର ଦିନ ହୋଟେଲକୁ ଆସିଥିବା ବେଳେ ଶନିବାର ହୋଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟପଟେ ଶୁଭଲକ୍ଷ୍ମୀଙ୍କ ସିଡିଆର ରିପୋର୍ଟରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।