ଭୁବନେଶ୍ଵର, ୨୬ ଫେବୃଆରୀ – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ସର୍ବାଧିକ ୧୨୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଜିଲ୍ଲାର ପୋଲସରାରେ ୭୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁରରେ ୪୯.୦ ମି.ମି., ବଲାଙ୍ଗିର ଜିଲ୍ଲାର ବେଲଗାଁରେ ୩୬.୪ ମି.ମି., ଢ଼େଙ୍କନାଳ ଜିଲ୍ଲାର ହିନ୍ଦୋଳରେ ୩୪.୦ ମି.ମି., କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୨୮.୨ ମି.ମି. , ଜିଲ୍ଲାର କର୍ଲାମୁଣ୍ଡାରେ ୨୩.୦ ମି.ମି., ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୨୦.୩ ମି.ମି., ଗଞ୍ଜାମ ଜିଲ୍ଲାର ଆସିକାରେ ୧୯.୨ ମି.ମି. ଏବଂ ପୁରୀ ଜିଲ୍ଲାର ନିମାପଡ଼ାରେ ୧୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।