-ପୋଲିସ ସହ ଧସ୍ତାଧସ୍ତି ୧୬ ଜଣଙ୍କୁ ଅଟକ ରଖିଲା ପୋଲିସ ।
ଭୁବନେଶ୍ୱର :- ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ମୁଖ୍ୟତଃ ମ୍ୟାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ମନ୍ତ୍ରାଳୟ ଆଜି ଦାରୁଭୂତ ମୁରାରି ସାଜି ବସିଛନ୍ତି । ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ ମାଟ୍ରିକ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବା ଆଗରୁ ସକାଳ ୦୮.୩୬ ମିନିଟ ସମୟରେ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମ ଜରିଆରେ ଚାରିଆଡ଼େ ବୁଲିଲା ।ଏବଂ ପରବର୍ତ୍ତୀ ସମୟରେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ସହ ମଧ୍ୟ ତାର ସାମଞ୍ଜସ୍ୟ ରହିଲା । ଯାହା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳିବା ସହିତ ସମାନ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଘର ଘେରାଉ କରାଯାଇଛି । ଏଥିରେ ଏବିଭିପି ର ରାଜ୍ୟ ସମ୍ପାଦକ ଶ୍ରୀ ଅରିଜିତ ପଟ୍ଟନାୟକ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ବୁଦ୍ଧଦେବ ବାଘ ନେତୃତ୍ୱ ନେଇଥିଲେ । ଅରିଜିତ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ସରକାର୍ ପରୀକ୍ଷା କୁ ଖେଳନା ବୋଲି ମନିନେଲେଣି ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବନି ଏହା ଏକପ୍ରକାର ଅସମ୍ଭବ ହୋଇଗଲାଣି । ସରକାରଙ୍କ ଛାତ୍ର ଛାୟାରେ ହିଁ ଏହି ଭଳି ଘଟଣା ଘଟୁଛି । ମନ୍ତ୍ରୀ ନିଜେ ଆସି ଏଇ ବିଷୟରେ ସ୍ପଷ୍ଟିକରଣ କରନ୍ତୁ । ସେହି ଭଳି ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଗ ଆରୋପ ଆଣିଲେ ଯେ ସରକାରୀ ଦଳର ନେତା ମାନଙ୍କର ଏହି ବିଷୟରେ ସଂପୃକ୍ତ ରହୁଛନ୍ତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମନ୍ତ୍ରୀଙ୍କ ଘେରାଉ କରିବାକୁ ଯିବା ବେଳେ ପୋଲିସ ଏବିଭିପି କାର୍ଯ୍ୟକର୍ତ୍ତା ମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିବାରୁ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା ଓ ପୋଲିସ ୧୬ ଜଣ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଟକ ରଖିଥିଲା ଓ ପରବର୍ତ୍ତୀ ସମୟର ମୁକ୍ତତ୍କରିଥିଲ ।
ଏହି ଆନ୍ଦୋଳନରେ ରାଜ୍ଯ ମିଡିଆ ସଂଯୋଜକ ବିଶ୍ୱଜିତ୍ ପାତ୍ର, କେନ୍ଦ୍ରୀୟ କର୍ଯ୍ୟ ସମିତି ସଦସ୍ୟ ଦୀପ୍ତିମୟି ପ୍ରତିହାରୀ, ଅନିଲ ସ୍ୱାଇଁ, ଦିନେଶ ସାହୁ, ହରପ୍ରିୟା, ଆଶା ରାଣୀ ଜେନା ବିଭୁ କିଶୋର, ସ୍ୱିଟି କୁମାରୀ, ରିଶି ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲା ଓ ଦାବି କରିଥିଲେ ଏହି ବିଷୟରେ ଦୋଷୀଙ୍କୁ ଦଣ୍ଡ ଦେବା ସହ ଏମିତି ଭୁଲ ଆଉ ନ ହୁଏ ସେଥିପାଇଁ ପଦକ୍ଷେପ ନିଅନ୍ତୁ ।
ଆଗାମୀ ଦିନରେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଦ୍ୟାର୍ଥୀ ପରିଷଦ ସମଗ୍ର ରାଜ୍ୟରେ ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି