ଭୁବନେଶ୍ଵର : ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର ଜିଲ୍ଲାର ବାଲେଶ୍ଵରରେ ସର୍ବାଧିକ ୯୪.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ଵର ଜିଲ୍ଲାର ରେମୁଣାରେ ୫୨.୦ ମି.ମି., ବାଲେଶ୍ଵର ଜିଲ୍ଲାର ଜାତୀୟ ରାଜପଥ ନଂ ୫, ଗୋବିନ୍ଦପୁରରେ ୫୧.୨ ମି.ମି., ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୩୬.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗର ୩୩.୩ ମି.ମି., ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୨୬.୬ ମି.ମି., ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୨୦.୦ ମି.ମି., ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୧୯.୦ ମି.ମି., ବାଲେଶ୍ଵର ଜିଲ୍ଲାର ଜଇପୁରରେ ୧୮.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳିରେ ୧୮.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୧୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।