ବଲାଙ୍ଗିର : ନବରାତ୍ରୀ ର ସପ୍ତମ ଦିବସରେ ମା ଜଗତଜନନୀ ଦୁର୍ଗା କାଳ ରାତ୍ରି ରୂପରେ ତାଙ୍କର ଉପସ୍ଥିତି ଦର୍ଶନ ଦେଇଛନ୍ତି I ଦେବୀଙ୍କ କାଳରାତ୍ରୀ ରଙ୍ଗ ଗଭୀର କଳା ରଙ୍ଗ ଦେବୀ ଗଧ ଉପରେ ବସିଛନ୍ତି । ତାହାଙ୍କ ଚାରିଟି ହାତ, ତାଙ୍କର ଡାହାଣ ହାତ ଅଭୟ ଆଶିର୍ବାଦ ମୁଦ୍ରାରେ, ବାମ ହାତରେ ଖଡ୍ଗ ଏହା ମାତା ପାର୍ବତୀଙ୍କ ଉଗ୍ରରୂପ ମଧ୍ୟରୁ ଗୋଟିଏ । ଦେବୀ ଏହି ରୂପ ଶୁଭଙ୍କରି ରୂପରେ ମଧ୍ଯ ଜଣାଯାଏ, ଉଗ୍ରତାର ସତ୍ତ୍ୱେ ତାଙ୍କ ପାଖରେ ଶୁଭ ଶକ୍ତି ରହିଛି l ସେ ନିଜର ଭକ୍ତ ମାନଙ୍କୁ ଅଭୟ ବରଦା ମୁଦ୍ରାରେ ଆଶିର୍ବାଦ ଦିଅନ୍ତି I ନୀଳ ରଙ୍ଗରେ ଦେବୀ କାଳରାତ୍ରୀ ଜ୍ଞାନ ଅନ୍ତର୍ଦୃଷ୍ଟି ସତ୍ୟ ସ୍ପଷ୍ଟତା ର ପ୍ରତିନିଧିତ୍ଵ କରିଥାନ୍ତି । କଠିନ ପରିସ୍ଥିତି ରେ ତାଙ୍କର ଆଶିର୍ବାଦ ମାଗିଲେ ଅନ୍ତର୍ଦୃଷ୍ଟି ମିଳିଥାଏ ଏହି ଦେବୀ ଦୁର୍ଗା ଙ୍କ ଗୋଟିଏ ରୂପ । ରାତିରେ ଫୁଟିଥିବା ଯୂଇ ତାଙ୍କର ପସନ୍ଦ ର ପୁଷ୍ପ I ଆଜି ବଲାଙ୍ଗିର ରେ ମା ସମଲେଶ୍ବରୀ ଓ ମା ଦୁର୍ଗାଙ୍କ ଏହି ରୂପ ଦର୍ଶନ ପାଇଁ ପିଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।