ଭୁବନେଶ୍ୱର, 20 ଅକ୍ଟୋବର : ପୋଷା କୁକୁର ଭୁକିବାରୁ ହାଣିଦେଲେ ପଡୋଶୀ । ଏଭଳି ଅମାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର ସ୍ଥିତ ସିମିଳି ବସ୍ତିରେ ଟୁନା ନାୟକ ଓ କୁମାରୀ ସେନାପତି ଉଭୟେ ପଡୋଶୀ । ତେବେ ଗତକାଲି କୁମାରୀଙ୍କ କୁକୁର ଭୁକିବାରୁ ଟୁନା ନାୟକଙ୍କ ପରିବାରର ଲୋକେ କୁମାରୀଙ୍କ ଘରେ ପଶି ତାଙ୍କ ପୋଷା କୁକୁରକୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏପରିକି କୁକୁରକୁ ଲୁହା ରଡରେ ଭୁଶିବା ସହ ମୁଣ୍ଡକୁ ହାଣି ପକାଇ ରକ୍ତାକ୍ତ କରିପକାଇଥିଲେ । ଏହାର ବିରୋଧ କରିବାରୁ ଟୁନାଙ୍କ ପରିବାର ଲୋକେ କୁମାରୀଙ୍କୁ ମାଡ଼ ମାରିଥିଲୋ । ଏହାସହ ଅପରାହ୍ନରେ ତାଙ୍କ ଝିଅ ପାର୍ବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ ପାର୍ବତୀ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କ୍ୟାପିଟାଲ ଥାନା ପୋଲିସ ମାଗୁଣି ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି ।ପୁଣି ଅମାନବୀୟ, ପୋଷା କୁକୁର ଭୁକିବାରୁ ହାଣିଦେଲେ