ନୋଏଡା, ୨୦ ଅକ୍ଟୋବର : ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ତଥା ଡି- ୫ କୋଠିର ମାଲିକ ମଣିନ୍ଦର ସିଂହ ଙ୍କୁ ଶୁକ୍ରବାର ଦିନ ଗୌତମ ବୁଦ୍ଧ ନାଗର ଜିଲ୍ଲା ଜେଲରୁ ମୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତି ପରେ ତାଙ୍କୁ ମୁକ୍ତ କରାଯାଇଛି ।
ଏହି ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ବର୍ତମାନ ଯେତେବେଳେ ଲାଇସେନ୍ସ ଆସିଲା, ଡକ୍ୟୁମେଟ ଯାଂଚ ପରେ ମନିନ୍ଦରଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।
ଜେଲରୁ ବାହାରକୁ ଆସିବାବେଳେ ତାଙ୍କୁ କୁର୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା । ତାଙ୍କ ସହିତ ଜଣେ ପରିବାର ସଦସ୍ୟ ତାଙ୍କ ବ୍ୟାଗ ଧରିଥିଲେ । ତାଙ୍କ ସହିତ ତିନିଜଣ ଓକିଲ ମଧ୍ୟ ଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମର ପ୍ରଶ୍ନର ପଂଟେର୍ ଉତର ଦେଇନଥିଲେ । ଯେତେବେଳେ ପ୍ରଶ୍ନ ପଚରାଗଲା, ସେ କାରରେ ବସିଥିବା ସମୟରେ ହାତ ଯୋଡି ଦେଇଥିଲେ । ଏହା ପରେ ସେ ଓକିଲମାନଙ୍କ ସହ କାରରେ ବାହାରିଯାଇଥିଲେ ।