ବଲାଙ୍ଗୀର, ୨୦ ଅକ୍ଟୋବର – ଲୋଇସିଂହା ବ୍ଲକ ରାତାଖଣ୍ଡି ପଂଚାୟତ ଫଲସକ୍ଷମାଲ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୁଆଁଖାଇ ଭେଟଘାଟ ଉତ୍ସବ ହୋଇଥିଲା । ସଂଘର ବ୍ଲକ ସଭାପତି ଦଶରଥ ଛତ୍ରିଆଙ୍କ ସଭାପତିତ୍ୱରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ମୁଖ୍ୟଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଆଦିବାସୀ ଭବନ ପ୍ରାଙ୍ଗଣରେ ମହାସଭା ହୋଇଥିଲା । ସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ଆଦିବାସୀ ସଶକ୍ତିକରଣ ଯୋଜନା, ମହିଳା ଶସକ୍ତିକରଣ ଯୋଜନା, ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଂଚ କମିଟିର ଅଧ୍ୟକ୍ଷ ତଥା ଉତରାଂଚଳ ରାଜସ୍ୱ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନକରି ତ୍ୱରାନ୍ୱିତ କରିବାକୁ ଦାବି କରାଯାଇଛି । ଅଣ ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟଗୁଡ଼ିକରେ ସିଟ୍ର ଅଭାବ ହେଉଥିବାରୁ ସିଟ୍ ବୃଦ୍ଧି କରିବା, ଏଟ୍ରୋସିଟି କେଶରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସ୍ଟି ପ୍ରତ୍ୟାହାର କରିବା, ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀମାନଙ୍କୁ ଆବାସ ପ୍ରଦାନ, ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନୁମୋଦନ କରିବା, ଆଦିବାସୀ ଅଧ୍ୟୁଷିତ ଗାଁମାନଙ୍କରେ ଇଂଟରନେଟରେ ପାଠ ପଢ଼ିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବକ୍ଷଶ୍ରମ କନ୍ୟାଶ୍ରମଗୁଡ଼ିକରେ ସିଟ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରିବା ପାଇଁ । ବୈଠକରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି, ଜ଼ିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ପାଟଣାଗଡ଼ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର କୁଅଁର, ବଲାଙ୍ଗୀର ବ୍ଲକ ସଭାପତି ପକ୍ଷଳେଶ୍ୱର ଭୋଇ, ପାଟଣାଗଡ଼ ବ୍ଲକ ସମ୍ପାଦକ ସାରଥି ବାଗ, ବଲାଙ୍ଗୀର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ମଂଚାସୀନ ଥିଲେ । ଗିରିଧାରୀ ଭୋଇ, ଜଳଧର ଧରୁଆ, ମୁରଲୀ ଧରୁଆ, ଗିରିଧାରୀ ବରିହା, ଗୋପାଳ ପ୍ରଧାନ, ବ୍ଲକର କର୍ମକର୍ତା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଉପସ୍ଥିତ ଥିଲେ ।