
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଛନ୍ତି ଯେ, ବୈଷୟିକ ସ୍ତର ସଂଯୁକ୍ତ ରାଷ୍ଟ୍ର, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ, ବିକାଶ ବ୍ୟାଙ୍କ, ଡବ୍ଲ୍ୟଏଚଓ ଏବଂ ଡବ୍ଲ୍ୟୁଟିଓ ଭଳି ସଂସ୍ଥା ଗୁଡିକର ପ୍ରଭାବ କମିଛି । ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଣିବା ଦିଗରେ ସବୁଠୁ ବଡ ମାଧ୍ୟମ ଭାବେ ଉଭା ହୋଇଛି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ କନକ୍ଲେଭ -୨୦୨୩ କୁ ସମ୍ବୋଧିତ କରି କହିଥିଲେ ଯେ, ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (ପିଏମଜେଡିୱାଇ) ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଣିବା ଦିଗରେ ସବୁଠୁ ବଡ ମାଧ୍ୟମ ଭାବେ ଉଭା ହୋଇଛି । ଏଥିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ୫୦ରୁ ଅଧିକ ସରକାରୀ ଯୋଜନା ଦ୍ଵାରା ଲାଭ (ରାଶି) ସିଧାସଳଖ ଲାଭାର୍ଥିମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି । ଏଥିରେ ପିଏମଜେଡିୱାଇ ଏକ ମହତ୍ଵପୂର୍ଣ୍ଣ ଭୂମିକା ବହନ କରିଛି ।