ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଥମ ହାଇସ୍ପିଡ ରାପିଡ ଟ୍ରେନ ନମୋ ଭାରତ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ମେରଠ ରାସ୍ତାରେ ସାହିବାବାଦରୁ ଦୁହାଇକୁ ୧୭ କିଲୋମିଟର ଚଳାଚଳ କରିବ ଏହି ଟ୍ରେନ । ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନକୁ ଲୋକାର୍ପଣ କରିବେ ପିଏମ ମୋଦି । ଦିଲ୍ଲୀ-ମେରଠ ରାସ୍ତାରେ ୫ଟି ପର୍ଯ୍ୟାୟରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ ।ଏହାପୂର୍ବରୁ ଟ୍ରେନର ଟ୍ରାଏଲ ରନ୍ ସରିଛି । ଘଣ୍ଟା ପ୍ରତି ଏହା ୧୫୨ କିଲୋମିଟର ବେଗରେ ଗତି କରିବ ।