ମାଲକାନଗିରି : ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ଵର ଟୁଡୁ ଙ୍କ ମାଲକାନଗିରି ଗସ୍ତ ସମୟେ ଜିଲ୍ଲାର ମୂଳନିବାସୀଙ୍କ କିଛି ଗୁରୁତର ସମସ୍ୟାର ସମାଧାନ ନିମନ୍ତେ ସମାଜସେବୀ ରାମ କୃଷ୍ଣ ଚୌଧୁରୀ ସ୍ଥାନୀୟ ସର୍କିଟ୍ ହାଉସ୍ ରେ ତାଙ୍କୁ ଭେଟି ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ଦେଇଥିଲେ!ଉକ୍ତ ଦାବୀ ଗୁଡିକ ମଧ୍ୟରେ . ୧୪ ବର୍ଷ ରୁ ୧୮ ବର୍ଷ ମଧ୍ୟରେ ପାଠ ଛାଡିଥିବା ପିଲାମାନେ ନିୟମିତ ବିଦ୍ୟାଳୟ ଆସି ପାଠପଢି ୧୦ମ ପରିକ୍ଷା ଦେଇପାରିବେ,ସେମାନଙ୍କ ନିମନ୍ତେ ଗତ ୨ ବର୍ଷ ଧରି ଆବାସ ବ୍ୟବସ୍ଥା ଯୋଜନା ଅଁଳାପଦର ଓ ତାର୍ଲାକୋଟା ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ଚଳିତ ବର୍ଷ ତାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଯାହା ଫଳରେ ୫୦ଜଣ ଛାତ୍ର ୫୦ ଜଣ ଛାତ୍ରୀ ନିୟମିତ ଆବାସ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇଛନ୍ତି!ଜିଲ୍ଲାରେ ଏପରି ଅନେକ ଛାତ୍ର ଛାତ୍ରୀ ଅଛନ୍ତି, ଏଣୁ ଏପରି ଆବସିକ ବ୍ୟବସ୍ଥା ପୁନଃ ଆରମ୍ଭ କରାଯାଉ!
ସାଧାରଣ ବର୍ଗ ଗରୀବ, ଏକକ ଅବିଭାବକ ତଥା ଅନାଥ (ବନ୍ଧୁବର୍ଗଙ୍କ ଘରେ ରହୁଥିବା) ପୁଅ ପିଲାଙ୍କ ନିମନ୍ତେ ୨ଟି ୧୦୦ ଜଣିଆ ଆବାସ ବିଦ୍ୟାଳ ୟ (କୋରକୁଣ୍ଡା ବ୍ଲକ୍ ର ନିଳାଦ୍ରୀ ନଗର ଓ ପଡିଆ ବ୍ଲକ୍ ର କାଲଦାପାଲି)ରେ ଥିବାବେଳେ, ଉଚ୍ଚବର୍ଗ ଝିଅପିଲାଙ୍କ ନିମନ୍ତେ କୌଣସି ଆବାସିକ ଶିକ୍ଷାଦାନ ବ୍ୟବସ୍ଥା ନାହିଁ ଏହାର ବ୍ୟବସ୍ଥା କରାଯାଉ! କୁରମାନୁର , ପପୁଲୁରୁ, ଚିତ୍ରକୋଣ୍ଡା ଓ କାଲିମେଳାରେ କୋଣ୍ଡାରେଡି ଭାଷାଭାଷିଙ୍କ ନିମନ୍ତେ ୪ ଆବାସିକ ବ୍ୟବସ୍ଥାରେ ୮୦୦ ଛାତ୍ରଛାତ୍ରୀଙ୍କ ବ୍ୟବସ୍ଥା ୧୨ ବର୍ଷ ପୁର୍ବେ ଆରମ୍ଭ ହୋଇଥିବାବେଳେ ଏହାର ସଂଖ୍ୟା ବର୍ତ୍ତମନ ୫୬୦ କୁ କମେଇ ଦିଆହୋଇଛି, ଏହାର ସଂଖ୍ୟା ପୁନଃ ୮୦୦ କୁ ବୃଦ୍ଧି ସହ ସେହି ସମସ୍ତ ବିଦ୍ୟାଳୟରେ ତେଲୁଗୁ ଭାଷାର ଶିକ୍ଷକ ଓ ଅନ୍ୟ ସହଯୋଗୀ କର୍ମଚାରୀ ନିଯୁକ୍ତି ଦିଆଯାଉ!
ମାଲକାନଗିରି ସହରରେ ପ୍ରାୟ ୧୦୦୦ରୁ ଅଧିକ ଯୁବତୀ ଉଚ୍ଚଶିକ୍ଷା ( ୨, ୩) ଗ୍ରହଣ ନିମନ୍ତେ ଆ ସୁଥିବାବେଳେ, ସେମାନଙ୍କ ରହିବା ନିମନ୍ତେ ମହିଳା ମହାବିଦ୍ୟାଳୟରେ ୫୦ ଓ ମାଲକାନଗିରି ମହାବିଦ୍ୟାଳୟରେ ୧୦୦ ଜଣଙ୍କ ନିମନ୍ତେ ବ୍ୟବସ୍ଥା ରହିଛି,କିନ୍ତୁ ୨ ବିଜ୍ଞାନ ସରକାରୀ ମହାବିଦ୍ୟାଳୟ ଓ ମଡେଲ୍ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ଅଦ୍ୟାବଧି ହୋଇପାରି ନାହିଁ l
ମହିଳା ମହାବିଦ୍ୟାଳ ୟରେ ୭୦୦ରୁ ଅଧିକ ଛାତ୍ରୀ ପଢୁଥିବାବେଳେ ଆବାସ ବ୍ୟବସ୍ଥା ପର୍ଯ୍ୟାପ୍ତ ହୋଇପାରୁନାହିଁ ଏଣୁ ଏହାର ସଂଖ୍ୟା ବୃଦ୍ଧିସହ ପ୍ରଶାସନ (ଯୋଗାଣ ବିଭାଗ) ତରଫରୁ ଦିଆଯାଉଥିବା କିଲୋପ୍ରତି ୧ଟଙ୍କା ଚାଉଳ ଯୋଗାଇ ଦିଆଯାଉ!
ମୋଟୁ, ମୁଦୁଲିପଡା (ବଣ୍ଡାଘାଟି), ପଡିଆ, ମହୁପଦର (ମାଥିଲି) ପରି ଜିଲ୍ଲାର ସୀମାନ୍ତ ବିଦ୍ୟାୟଳରେ ସ୍ଥାପିତ ସୋଲାର୍ ବିଦ୍ୟୁତ ଉତ୍ପାଦନର ବ୍ୟବସ୍ଥା ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି, ଫଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଗଲେ ବିଦ୍ୟାଳୟ ଓ ହଷ୍ଟେଲ୍ ଟି ସମ୍ପୁର୍ଣ୍ଣ ଅନ୍ଧକାର ହୋଇପଡୁଛି ଏହାର ମରାମତି କିମ୍ବା ବିକଳ୍ପ ବ୍ୟବସ୍ଥା କରାଯାଉ!
୧୦୮ ବୋଟ୍ ଆମ୍ବୁଲାନ୍ସ (ଚିତ୍ରକୋଣ୍ଡା)ର କର୍ମକର୍ତ୍ତାଙ୍କ ରହିବା ନିମନ୍ତେ ଘର, ବର୍ଷାବସ୍ତ୍ର, ଶୀତବସ୍ତ୍ର (ନେଟୱାର୍କ ଅନେକସ୍ଥାନରେ ନଥିବାରୁ) ୱାକିଟକି, ଉଜ୍ୱଳ ଲାଇଟ୍ ଓ ଦୂରକୁ ଶୁଭାଯା ଉଥିବା ସାଇରନ୍ ର ବ୍ୟବସ୍ଥା କରାଯାଉ, କାରଣ ସେମାନେ ୩୭ ସ୍ଥାନରୁ ୩୬୫ ଦିନ ରୋଗୀମାନଙ୍କୁ ନିରବିଚ୍ଛନ୍ନ ସେବା ଯୋଗାଇ ଆସୁଛନ୍ତି!. ଜିଲ୍ଲା ସହର ମହକୁମା ଡାକ୍ତରଖାନା ନିକଟରେ ବ୍ଲଡ୍ ବ୍ୟାଙ୍କ ସ୍ଥାନାନ୍ତର ଓ ମାଥିଲି, ଚିତ୍ରକୋଣ୍ଡାରେ ନୂତନ ବ୍ଲଡବ୍ୟାଙ୍କ ର ନିର୍ମାଣ କରାଯାଉ (ରକ୍ତ ବ୍ୟବସ୍ଥା ମାଗଣା ଥିବା ବେଳେ ଯିବା ଆସିବା ନିମନ୍ତେ ଅତିକମ୍ ରେ ୫୦୦ଟଙ୍କାର ଖର୍ଚ୍ଚ ଓ ୪ ଘଣ୍ଟା ସମୟ ବ୍ୟୟ ହେଉଛି)!
ଜିଲ୍ଲା ସହର ମହକୁମା ଡାକ୍ତରଖାନାର ପରିମଳ ବ୍ୟବସ୍ଥା (ଶୌଚାଳୟ) କୁ ଠିକ୍ କରାଯାଉ ଓ ବହିର୍ବିଭାଗ ରୋଗୀ, ସେମାନଙ୍କ ସହଯୋଗୀଙ୍କ ନିମନ୍ତେ ସୁଲଭ ଶୌଚାଳୟ ନିର୍ମାଣ ଡାକ୍ତରଖାନା ଅନ୍ତଃବିଭାଗରେ ଗରମ ପାନୀୟ ଜଳର ବ୍ୟବସ୍ଥା କରାଯାଉ l(ବିଶେଷ କରି ପ୍ରସବ କକ୍ଷ ନିକଟରେ)
ଭାରତ ସରକାରଙ୍କ ୧୦୮ (ମାଗଣା ଚିକିତ୍ସାଳୟକୁ ରୋଗୀ ପରିବହନ) ସେବା ପରି ସ୍ୱର୍ଗରଥ (ଶବ ବାହକ ଯାନ) କୁ ମଧ୍ୟ ସମ୍ପୁର୍ଣ୍ଣ ମାଗଣା କରାଯାଉ (ଯାହା ପୁର୍ବରୁ ଥିଲା)!
ମୁଦୁଲିପଡାକୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ ସଂଖ୍ୟା ୨ କୁ ବୃଦ୍ଧି, ଯୋଗାଯୋଗ ଅଣ୍ଡ୍ରାହାଲ୍ ପର୍ଯ୍ୟନ୍ତ ବୃଦ୍ଧି ଓ ଯାତ୍ରୀ (ଚଢିବା ଓ ଓହ୍ଲେଇବା ନିମନ୍ତେ)୨ଟି ଗେଟ୍ ବ୍ୟବସ୍ଥା, ଝରକା ଚାରିପାଖେ ଲୁହା କିମ୍ବା ଆଲୁମିନିଅମ୍ ଜାଲି ବ୍ୟବସ୍ଥା ଅତି ଶିଘ୍ର କଲେ ପ୍ରକୃତରେ ବଣ୍ଡା ଭାଇଭଉଣୀମାନେ ଉପକୃତ ହୋଇପାରିବେ!
ଖଇରପୁଟ ବ୍ଲକ୍ ରେ ୫ ବର୍ଷତଳେ ପ୍ରତିଷ୍ଠା ହୋଇଥିବା କାଜୁ ପ୍ରକ୍ରୀୟାକରଣ ଫେକ୍ଟ୍ରିକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ, ଫଳରେ ଜିଲ୍ଲାରେ ଉତ୍ପାଦନ କାଜୁ ଆନ୍ଧ୍ର ଦଲାଲଙ୍କୁ ବିକ୍ରି ନକରି, ଆମ ଜିଲ୍ଲାରେହିଁ ପ୍ରକ୍ରିୟା କରଣ ହୋଇପାରିବ ଏହାଯୋଗୁଁ ଆମ ଆଦିବାସୀ ଭାଇ ଭଉଣୀ ମାନେ ରୋଜଗାର ପାଇପାରିବେ ରୋଜଗାର ନିମନ୍ତେ ଆନ୍ଧ୍ରକୁ ଦାଦନ ଶ୍ରମିକ ଯିବା ବହୁମାତ୍ରାରେ କମ୍ ହେବ!
ଖଇରପୁଟ ବ୍ଲକ୍ ର ମୁଦୁଲିପଡା ଓ ଅଣ୍ଡ୍ରାହାଲ୍ ରେ (ବଣ୍ଡା ଘାଟି) ରେ ହସ୍ତ ତନ୍ତରେ ବିଭିନ୍ନ ବସ୍ତ୍ର ଓ ରିଙ୍ଗା (ବଣ୍ଡା ରମଣୀଙ୍କ ପାରମ୍ପାରିକ ବସ୍ତ୍ର) ପ୍ରସ୍ତୁତି ହେଉଥିଲା ଏହାର ବିକ୍ରି ୧୦ ବର୍ଷତଳେ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ଥିଲା ଏହି ତନ୍ତ ବୁଣା ପୁନଃ ଆରମ୍ଭ କରାଯାଉ ଫଳରେ ବଣ୍ଡା ମହିଳାମାନେ ନିଜ ଅଞ୍ଚଳରେ ରୋଜଗାର ପାଇବା ସହ “କୋରାପୁଟ୍ ଜିଲ୍ଲାର କୋଟପାଡ ସୁତୀ ଶାଢୀ” ପରି ବଣ୍ଡାଜନଜାତିଙ୍କ ଉତ୍ପାଦନ ବସ୍ତ୍ର ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ବିକ୍ରି ହୋଇପାରିବ!
. ପ୍ରତି ସପ୍ତାହରେ ୧୦୦୦ ରୁ ଅଧିକ ଗୋବଂଶ ଆନ୍ଧ୍ର କୁ ଚାଲା ଣ ତଥା ଏନ୍.ଏଚ୍;-୩୨୬ ରାଜ ରାସ୍ତାରେ ଶତାଧିକ ଗୋବଂଶ ଦିବାରାତ୍ରୀ ରହି ଗାଡିଗୁଡିକର ଯାତ୍ରା ଅବରୋଧ ସହ ଦୁର୍ଘଟଣାର ଶିକାର ହେଉଛନ୍ତି l କେତେକ ସ୍ଥାନରେ ଦୁର୍ଘଟଣାର କାରଣ ମଧ୍ୟ ହେଉଛନ୍ତି
୨୦୦୦ ମସିହାରୁ ଜିଲ୍ଲାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ପ୍ରାଣୀମଙ୍ଗଳ ଅଧିକାରୀ ଓ ସ୍ୱଛା ସେବୀମାନଙ୍କୁ ନେଇ ୨୦୦୦ ରେ ଗଠିତ ଜୀବେ ନିଷ୍ଠୁରତା ନିରୋଧ ସମିତି (ଏସ୍.ପି.ସି.ଏ) ତରଫରୁ ପ୍ରତି ବ୍ଲକ୍ ରେ ୨୦୧୯ ରୁ ମାଗିଥିବା ୫ ରୁ ୬ ଏକର ଜମି ଏ ପଯ୍ୟ ନ୍ତ ହସ୍ତାନ୍ତର ହୋଇପାରିନାହିଁ
ଯାହା ଫଳରେ ବୃଦ୍ଧ ଗୋବଂଶ, ରୋଗୀଣା ପ୍ରାଣୀ, ମାଲିକ ବିହିନ ପ୍ରାଣୀ, ଦୁର୍ଘଟଣାଗ୍ରସ୍ତ ପ୍ରାଣୀ ଓ ଉଦ୍ଧାର ପ୍ରାଣୀ ମାନଙ୍କୁ ଥଇଥାନ ହୋଇପାରୁନାହିଁ
ଜିଲ୍ଲାରେ ୩ ଟି ସଙ୍ଗଠନ ୧୦ ବର୍ଷ ଧରି ପ୍ରାଣୀମାନଙ୍କୁ ଚିକିତ୍ସା, ଖାଦ୍ୟ ଓ ସେବା ଯୋଗାଇଦେଇ ଆସୁଥିବାବେଳେ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ ଅନେକ ଉଚିତ୍ ଯତ୍ନ ଅଭାବରୁ ମୃତ୍ୟୁକୁ ଆଦରି ନେଉଛନ୍ତି !
ଏଣୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଚୟନ / ଚିହ୍ନଟ ହୋଇଥିବା ଜମି ଗୁଡିକୁ ଯଥାଶିଘ୍ର ଜୀବେ ନିଷ୍ଠୁରତା ନିରୋଧ ସମିତି (ଏସ୍.ପି.ସି.ଏ) କୁ ହସ୍ତାନ୍ତର କରାଯାଉ ଯାହା ଫଳରେ ଅନେକ ନୀରିହ ପ୍ରାଣୀ ଏକ ନୂତନ ଜୀବନ ପାଇପାରିବେ l
ଶ୍ରୀ ଟୁଡୁ ସମସ୍ତ ବିଷୟ ପ୍ରତି ଜିଲ୍ଲା ପ୍ରଶାସନ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣକରି ଆଶୁ ସମାଧନର ବାଟ ବାହାର କରିବେ ତଥା ଜିଲ୍ଲାର ଅନେକ ବନବାସୀ (ଆଦିବାସୀ / ମୂଳ ନିବସୀ) ଙ୍କ ପରିବାରରେ ହସ ଖେଳି ଉଠିବ ବୋଲି ବିଶ୍ୱାସ ରହିଛି ବୋଲି ଆଶ୍ୱାସନା ଦେଇଥିଲେ l
ଏହି ଦାବୀପତ୍ରର ନକଲ ସଚିବ, ୫ଟି, ଭୁବନେଶ୍ୱର / ସଭାପତି, ଜିଲ୍ଲାପରିଷଦ, ମାଲକାନଗିରି / ବିଧାନ ସଭା ସଦସ୍ୟ, ମାଲକାନଗିରି ଓ ଚିତ୍ରକୋଣ୍ଡା / ଜିଲ୍ଲାପାଳ, ମାଲକାନଗିରି / ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ମାଲକାନଗିରି / ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସମିତି, ମାଲକାନଗିରି / ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନ, / ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସମିତି, ମାଲକାନଗିରି / ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜନସ୍ୱାସ୍ଥ୍ୟ ବିଭାଗ, ମାଲକାନଗିରି / ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି / ଜିଲ୍ଲା ଯୋଗାଣ ଅଧିକାରୀ, ମାଲକାନଗିରି / ପ୍ରକଳ୍ପ ମୁଖ୍ୟ, ବଣ୍ଡା ଉନ୍ନୟନ ସମିତି, ମୁଦୁଲିପଡାଙ୍କ ନିକଟକୁ ସୁଚନା ତଥା ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିବା ରାମ କୃଷ୍ଣ ଚୌଧୁରୀ ପ୍ରକଶ କରିଛନ୍ତି l