ଅମୃତସର : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଅମୃତସରରେ ପହଂଚି ଦରବାର ସାହିବରେ ନତମସ୍ତକ ହୋଇଛନ୍ତି । ସେ ଆଜି ଅଟାରୀ ସୀମାରେ ଦେଶର ସବୁଠୁ ଉଚ୍ଚା ତ୍ରିରଙ୍ଗା ପୋଲ୍ ର ଉଦଘାଟନ କରିବେ ।
ଅମୃତସର ବିମାନ ବନ୍ଦରରେ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ କୁଲଦୀପ ଧାଲିୱାଲ ଏବଂ ହରଭଜନ ସିଂହ ଇଟିଓ ଗଡ଼କରୀଙ୍କୁ ସ୍ଵାଗତ କରିଥିଲେ । ବିମାନବନ୍ଦରରୁ ଗଡ଼କରୀ ସିଧା ଦରବାର ସାହିବରେ ପହଂଚିଥିଲେ । ଗଡ଼କରୀ ଅମୃତସରରେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ନିର୍ମାଣ ହେଉଥିବା ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ ୱେ ପରିଦର୍ଶନ କରିବେ । ଏହା ବ୍ୟତୀତ ଅଟାରି ସୀମାରେ ନୂତନ ଭାବେ ସ୍ଥାପନ ହୋଇଥିବା ତ୍ରିରଙ୍ଗାର ପୋଲ୍ କୁ ଉଦଘାଟନ କରିବେ । ଏହା ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ପୋଲ୍ ।