ଜୟପୁର : କୋରାପୁଟ ଜିଲ୍ଲା ନେହେରୁ ଯୁବା କେନ୍ଦ୍ର ତରଫରୁ ଜୟପୁର ବ୍ଲକ ତରଫରୁ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ପରିସରରେ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରତ୍ଯକ ଗ୍ରାମରୁ ସଂଗ୍ରହ ହୋଇଥିବା ମାଟି, ଚାଉଳ ଓ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଫୋଟୋ ଚିତ୍ରରେ ଧୂପ ଦୀପ ଲଗାଇ କାର୍ଯକ୍ରମ ଆରମ୍ଭ କରାଯାଇଥିଲା। ଏହି ସାଧାରଣ ସଭାରେ ସ୍ଥାନୀୟ ସହିଦ ବୀର ମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜୟପୁର ବିଡିଓ ରାଜୀବ କୁମାର ଦାସ ଓ ଅନ୍ୟାନ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ପିଜି କାଉସିଲ ଚେୟାରମେନ ଡଃ. କିଚକ୍ ଚନ୍ଦ୍ର ଜେନା, ସିଆଇଏସଏଫ ଦାମନଯୋଡିର ଇନ୍ସପେକ୍ଟର ଆର.କେ. ପ୍ରଧାନ ଏବଂ ନେହେରୁ ଯୁବା କେନ୍ଦ୍ର ଡି.ୱାଇ.ଓ. ହରିଶ୍ ରୁପାଲ୍ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ତନ୍ମୟ ପ୍ରଧାନ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରତ୍ଯକ ବ୍ଲକର ବୀର ମାନଙ୍କୁ ମନେ ପକାଇବା ସହ ସେହି ବୀର ମାଟିକୁ ଦିଲ୍ଲୀ ନିଆଯିବ । ସେଠାରେ ସମଗ୍ର ଭାରତ ବର୍ଷର ବୀର ମାଟିକୁ ନେଇ ଏକ ଅମୃତ ବାଟିକା ତିଆରି ହେବାର ଅଛି। ଏଠାରେ ନେହେରୁ ଯୁବା କେନ୍ଦ୍ରର ସ୍ଵେଛାସେବୀ ମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।