ଅଯୋଧ୍ୟା : ଅଯୋଧ୍ୟା ଥାନା ଅନ୍ତର୍ଗତ ରାମ ଜନ୍ମଭୂମି ଅଞ୍ଚଳରେ ଥିବା ହନୁମାନଗଢୀ ମନ୍ଦିରର ମୁଖ୍ୟଦ୍ୱାର ନିକଟରେ ଥିବା ଏକ ଘରେ ନାଗା ସାଧୁଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନିଭନ୍ କରିଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ, ନାଗା ସାଧୁ ଦୁର୍ବଳ ଦାସଙ୍କୁ କେହି ହତ୍ୟା କରିଛି । ଗୁରୁବାର ସକାଳେ ଏନେଇ ପୋଲିସକୁ ସୂଚନା ମିଳିଥିଲା । ମୃତଦେହ ତାଙ୍କ ଶଯ୍ୟାରୁ ହିଁ ମିଳିଥିଲା । ତାଙ୍କ ବେକରେ ଗଭୀର ଦାଗ ରହିଛି । ମର୍ଡର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।