ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ମୟୂରଭଞ୍ଜ ଯଶିପୁର ଥାନା ଟିକରପଡା ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ଗଛରେ ଟାଙ୍ଗି ହତ୍ୟା କରିଛି ସ୍ୱାମୀ । ସୂଚନା ପାଇବା ପରେ ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀ ରିଣ୍ଟୁ ହୋକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।