ବଲାଙ୍ଗିର : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ବ୍ଲକର ପ୍ରାୟ ୬୦୦ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଉନ୍ନୟନ ଅଧିକାରୀ ଡ. ଇପ୍ସିତା ପାତ୍ର ମୁଖ୍ୟ ଅତିଥି, ଏବିଡିଓ କେଶବ ଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସରୋଜ ନାୟକଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଏବିଇଓ ସନ୍ଧ୍ୟାରାଣୀ ଧରୁଆ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ ।
ଅପରାହ୍ନ ୪ ଘଟିକା ସମୟରେ ଉଦ୍ଘାପନି ଉତ୍ସବ ଅନୁଷ୍ଠିତ ହୋଇ କୃତି ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ସୋନିଆଶ୍ରୀ ମଲ୍ଲିକ ଆସିଣ୍ଟାଣ୍ଡ କଲେକ୍ଟର ବଲାଙ୍ଗିର, ସମ୍ମାନିତ ଅତିଥି ଭାବରେ ଏଡିଇଓ କେଶବ ମେହେର, ବି.ଇ.ଓ ଲୋକନାଥ ସୁନା ଉପସ୍ଥିତ ଥିଲେ । ଏବିଇଓ ସନ୍ଧ୍ୟାରାଣୀ ଧରୁଆ ରିପୋଟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଏବିଇଓ କୈଳାସ କୁମ୍ଭାର, ବରିଷ୍ଠ ପ୍ରଧାନ ଶିକ୍ଷକ ନବିନ ନନ୍ଦ ଯୋଗ ଦେଇଥିବା ବେଳେ ମଂଚ ପରିଚାଳନା ରେ ସର୍ମିଷ୍ଠା ହୋତା, ସରୋଜ ନାୟକ ଓ ରବିନ୍ଦ୍ର ଠେଠୁଆଲ ସାହାଯ୍ୟ କରିଥିଲେ । ଶେଷରେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ଲକର ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ସିଆରସିସି ଏବଂ ବିଇଓ ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ୩୦ ଜଣ ବିଚାରକ ଭାବେ ଯୋଗ ଦେଇଥିଲେ ।