ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଦିନ କହିଛନ୍ତି ଯେ, ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଗାଜାକୁ ମାନବୀୟ ସହାୟତା ଯୋଗାଇବାକୁ ଇଜିପ୍ଟ ରାଜି ହୋଇଛି । ମାନବିକ ସହାୟତା ପଠାଇବା ପାଇଁ ଇଜିପ୍ଟ ରାଫା ସୀମା ଖୋଲିବ। ପ୍ରାରମ୍ଭରେ, ଶୁକ୍ରବାର ସୁଦ୍ଧା ଗାଜାକୁ ମାନବିକ ସହାୟତା ସହିତ 20 ଟ୍ରକ ପଠାଇବାକୁ ରାଜି ହୋଇଛି ଇଜିପ୍ଟ।
ଇଜିପ୍ଟ ରାଷ୍ଟ୍ରପତି ଅବଦୁଲ ଫତହ ଅଲ ସିସିଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଶୁକ୍ରବାର ଠାରୁ ଗାଜାକୁ ମାନବୀୟ ସହାୟତା ମିଳିବା ଆରମ୍ଭ ହୋଇଯିବ । ସହାୟତା ପ୍ରଦାନ କରିବାକୁ ଇଜିପ୍ଟ ରାଷ୍ଟ୍ରପତି ରାଫା ବର୍ଡର ଖୋଲିବାକୁ ଅନୁମତି ଦେଇଛନ୍ତି ।
ସ୍ଥିରତା ବଜାୟ ରଖିବା, ଦ୍ୱନ୍ଦ୍ୱକୁ ରୋକିବା ଏବଂ ମଧ୍ୟ ପୂର୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ମିଳିତ ଜାତିସଂଘର ଅପିଲ ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି ।