ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାର ପରିବର୍ତ୍ତନଶୀଳ ନୀତି ଏବଂ ଲକ୍ଷ୍ୟମୂଳକ ପଦକ୍ଷେପଗୁଡ଼ିକ ଦାରିଦ୍ର୍ୟର ହ୍ରାସ କରାଇଛି । ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସରେ ଆମର ଅନ୍ତର୍ଭୂକ୍ତ ପଦକ୍ଷେପଗୁଡିକ ଜାରି ରଖିବାକୁ ପ୍ରତିବଦ୍ଧତାକୁ ନିଶ୍ଚିତ କରନ୍ତୁ ଯାହା ଦ୍ୱାରା ସମସ୍ତେ ବିକାଶର ଫଳ ପାଇପାରିବେ ଏବଂ ସମ୍ମାନର ସହିତ ବଞ୍ଚିବେ ।