
ନୂଆଦିଲ୍ଲୀ : ରବିବାର କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନ ଠାରୁ ହାରିଯାଇଛି ଗତଥରର ଚାମ୍ପିୟାନ ଇଂଲଣ୍ଡ । ବିଶ୍ୱବିଜେତା ଇଂଲଣ୍ଡକୁ 69ରନରେ ହରାଇଛି ଆଫଗାନିସ୍ତାନ । ଆଫଗାନିସ୍ତାନର ସ୍ପିନରଙ୍କୁ ମୁକାବିଲା କରିବା ପାଇଁ କୌଣସି ତୋଡ ନଥିଲା ଇଂଲଣ୍ଡ ପାଖରେ । ଏହାସହ ଦିଲ୍ଲୀର ପରିସ୍ଥିତିକୁ ଭଲ ଭାବେ ନବୁଝି ପାରିବା କାରଣରୁ ଇଂଲଣ୍ଡକୁ କ୍ଷତି ସହିବାକୁ ପଡିଛି ।
ପଡିଆରେ ଇଂଲଣ୍ଡ ଟିମ୍ 285 ରନର ପିଛା କରିପାରିନଥିଲା । ବିପର୍ଯ୍ୟୟ ପରେ ଇଂଲଣ୍ଡ ଟିମ୍ ଉଦାସ ହୋଇପଡିଥିବା ଦେଖିବାକୁ ମିଳିଥିଲା । ସାମ୍ବାଦିକ ସମ୍ମିଳନୀରେ ଜୋଶ ବଟଲର କହିଛନ୍ତି ଯେ, ଆମେ ସବୁବେଳେ ସକରାତ୍ମକ ଭାବେ ଖେଳିବାକୁ ଚାହୁଁ । ଯଦି ଆକ୍ରାତ୍ମକ ହୋଇ ଜଣେ ଖେଳିବ କିଛି ଦିନ ପରେ ସେ ଭଲ ଖେଳିପାରିବ ନାହିଁ, ଯେତିକି ସେ ଚାହୁଁଥିବ । ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନ ଆମ ଉପରେ ଭଲ ଚାପ ପକାଇଥିଲା । କିନ୍ତୁ ଆମେ ଯେପରି ଭାବିଥିଲୁ ଏଠାରେ ୱିକେଟ ସେମିତି ନଥିଲା । ଆମର ସ୍ପିନର ଭଲ ପ୍ରଦର୍ଶନ କରିଥିଲେ । ଏବଂ ଆଫଗାନିସ୍ତାନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଆଫଗାନିସ୍ତାନରେ କିଛି ଭଲ ସ୍ପିନର ଅଛନ୍ତି ଏବଂ ଆମ ବ୍ୟାଟିଂରେ ପାର୍ଟନରସିପ ସେତେଟା ଭଲ ହୋଇନଥିଲା, ଯେପରି ଆମେ ଚାହୁଁଥିଲୁ ବୋଲି କହିଛନ୍ତି ଜୋଶ ବଟଲର ।