ଅନଗୁଳ : ଗତ ଶନିବାର ଦିନ ଅନଗୁଳ ଜିଲ୍ଲା ପୋଲିସ ଦ୍ଵାରା ପାଲଲହଡା ପୋଲିସ ସହାୟତାରେ ପାଲଲହଡାରେ ସାଇବର ସୁରକ୍ଷା ଅଭିଯାନ ରଥ ଜରିଆରେ ପାଲଲହଡା ଜନ ସାଧାରଣ ଓ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ୱନ୍ଧରେ ସଚେତନତା କରାଯାଇଥିଲା। ଗତ ଶନିବାର ଦିନ ଅନୁଗୋଳ ଜିଲ୍ଲା ପୋଲିସ ଦ୍ଵାରା ପାଲଲହଡା ପୋଲିସ ସହାୟତା ରେ ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ 2023 ରଥକୁ ପାଲଲହଡାର ଶତାଧିକ ଜନସାଧାରଣ ଓ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଗୁଣ୍ଡିଚା ମନ୍ଦିରରୁ ସ୍ୱାଗତ କରାଯାଇ ପାଲଲହଡା ମୁଖ୍ୟ ବଜାର ଓ ବସଷ୍ଟାଣ୍ଡ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ମହତାବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ପାଲଲହଡା ମହତାବ ହାଇସ୍କୁଲରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁବ୍ରତ ନାଥ ରାୟଗୁରୁ, ସଂମ୍ମାନିତ ଅତିଥି ଭାବରର ପାଲଲହଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକା ବିନ୍ଦୁରେଖା ପଶ୍ଚିମକବାଟ,ସାଇବର ଇନ୍ସପେକ୍ଟର ବିଭୁତି ପ୍ରଧାନ, ପାଲଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡି, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବରା, ପାଲଲହଡା ଥାନା ଅଧିକାରୀ ପାରାଓ ଟୁଡୁ ଓ ମହତାବ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଟଙ୍କଧର ପ୍ରଧାନ ମଞ୍ଚାସୀନ ଥୀଲେ । ପ୍ରତିଦିନ କୌଣସି ନା କୌଣସି ସାଇବର ଠକ ଙ୍କ ଦ୍ଵାରା ଜନସାଧାରଣ ନିର୍ଯ୍ୟାତିତ ହେଉଥିବା ବେଳେ, ମୋବାଇଲ ଠକ ଙ୍କ ଠାରୁ ଦୂରରେ ରହିବା ପାଇଁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କହିବା ସହିତ ଗୂଗୁଲ ଦ୍ଵାରା ମୋବାଇଲରେ ଭଲ ଜିନିଷକୁ ଗ୍ରହଣ କଲେ ଭଲ ଜିନିଷ ଶିକ୍ଷା ମିଳିବ, ଓ ଖରାପ ଜିନିଷ ଗ୍ରହଣ କଲେ ଖରାପ ଦିଗରେ ଯିବ ବୋଲି ତହସିଲଦାର ଲମ୍ବୋଦର ମାରାଣ୍ଡି ଛାତ୍ର ଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପରାମର୍ଶ ଦେଇଥିଲେ । ଏହା ସହିତ ବିଶେଷ ମୋବାଇଲ ବ୍ୟବହାର କରୁଥିବା ମହିଳା ଓ ଯୁବତୀମାନଙ୍କୁ ସଜାଗ ରହିବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିବା ସହିତ ବିପଦ ପଡିଲେ ସରକାର ସାଇବର ଅପରାଧ ରୋକିବା ପାଇଁ ଦେୟମୁକ୍ତ ମୋବାଇଲ ନମ୍ବର 1930 ରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଯୋଗାଯୋଗ କରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିନ୍ଦୁରେଖା ପଶ୍ଚିମକବାଟ ପରାମର୍ଶ ଦେଇଥିଲେ । ମୋବାଇଲ ରେ କୌଣସି ଅଜଣା ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ, ନିଜର ବ୍ୟକ୍ତିଗତ ଓଟିପି କାହାକୁ ଦିଅନ୍ତୁ ନାହିଁ, ଅଜଣା ବ୍ୟକ୍ତିର ଫ୍ରେଣ୍ଡସ ରିକ୍ୟୁ୍ୟେଷ୍ଟ କୁ ଗ୍ରହଣ କରିବା ପୂର୍ବରୁ ଯାଞ୍ଚ କରନ୍ତୁ, ଓ ଅଜଣା ସୋର୍ଷ ରୁ ଅନ ଲାଇନ ଲୋନ ଗ୍ରହଣ କରନ୍ତୁ ନାହିଁ ବୋଲି ସାଇବର ଇନ୍ସପେକ୍ଟର ପ୍ରଧାନ ଜନସାଧାରଣ ଓ ଛାତ୍ର, ଛାତ୍ରୀ ମାନଙ୍କୁ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଆଗାମୀ ଦିନରେ କିପରି ସାଇବର ଅପରାଧ ଠାରୁ ଜନସାଧାରଣ ଦୂରରେ ରହିବେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଶେଷରେ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଓ ପାଟବେଡା ଆଦିବାସୀ ସଂଗଠକ ତରଫରୁ ସଂକୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l