ଭୁବନେଶ୍ୱର : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ । ଦୈନିକ କାଳିଆଣି ତନଖି ଫାଟକ ଯଶୀପୁର ପଟୁ ୩୫ ଗାଡି ଓ ପିଠାବଟା ବାରିପଦା ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିପାରିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଶିମିଳିପାଳ ଅଭୟାରଣ୍ୟରେ ଭ୍ରମଣର ଆନନ୍ଦ ନେଇପାରିବେ ପର୍ଯ୍ୟଟକ । ବର୍ଷାଋତୁକୁ ନଜରରେ ରଖି ଜୁନ ୧୫ରୁ ବନ୍ଦ ରଖାଯାଇଥିବା ଶିମିଳିପାଳ ଚଳିତ ବର୍ଷ ନଭେମ୍ବର ୧ ପରିବର୍ତ୍ତେ ଅକ୍ଟୋବର ୧୪ରୁ ଖୋଲାଯାଇଛି ।