ଭୁବନେଶ୍ୱର : ଯେତେବଡ଼ ନେତା ହେଉ ନା କାହିଁକି ଦଳୀୟ ଶୃଙ୍ଖଳା ଠୁ କେହି ଉର୍ଦ୍ଧ୍ବରେ ନୁହଁନ୍ତି । ନବୀନଙ୍କ ଘୋଷଣାକୁ ଅପେକ୍ଷା ନ କରି ବିଭିନ୍ନ ସ୍ଥାନରେ ନେତା ମାନେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ ଏହା କହିଛନ୍ତି ।
ସେ କହିଛନ୍ତି ଯେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଦଳର ସଭାପତି କି ସଙ୍ଗଠନ ସମ୍ପାଦକ କେହି ବି ତାକୁ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନେ ଏପରି ଘୋଷଣା କରିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ଧରାଯିବ । ଦଳ ଭିତରେ ଶୃଙ୍ଖଳା ହେଉଛି ସବୁଠୁ ବଡ଼ ଜିନିଷ । ବିଜେଡିର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଥିରେ କମ୍ପରମାଇଜ କରି ପାରନ୍ତି କିନ୍ତୁ ଯେ କେହି କି ଯେତେବଡ଼ ନେତା ହେଉ ନା କାହିଁକି ତାର ବିଶୃଙ୍ଖଳାଙ୍କୁ କେବେ ବି ବରଦାସ୍ତ କରି ନାହାନ୍ତି । ଯେଉଁମାନେ ଏପରି ଘୋଷଣା କରିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ଧରାଯିବ ବୋଲି ସେ କହିଛନ୍ତି ।