ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତର ରେ ରହିବା ସହ, ଏହା ପଞ୍ଜାବର ଅମୃତସର ରୁ ବାହାରି ଚଣ୍ଡିଗଡ, ନଯିବାବାଦ, ଗୋରଖପୁର, ସୁପାଉଲ , ମଧ୍ୟଦେଇ ପଶ୍ଚିମବଙ୍ଗ ର ବାଲୁରଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଫଳରେ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିଛି ତଥା ଗୁଳୁଗୁଳି ଲାଗିରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୦.୧ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୯୯% କମ୍ ରହିଛି ।