ପାଳଲହଡା(ସୁବ୍ରତ କୁମାର ଦାଶଙ୍କଠାରୁ) – ଥମୁନି ସଡ଼କ ଦୁର୍ଘଟଣା । ପାଲଲହଡା ମଧ୍ୟଭାଗ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟହ କଉଠି ନା କଉଠି ସଡ଼କ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ବହୁ ମୁଲ୍ୟ ଜୀବନ ଯାଉଛି l ଗତ କାଲି ରାତି 9ଟା ସମୟରେ ପାଲଲହଡା ଖମାର ଗେଙ୍ଗୁଟିଆର 25 ବର୍ଷିୟ ଯୁବକ କ୍ଷୀରୋଦ କୁମାର ପ୍ରଧାନ ପାଲଲହଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଅଧୀନରେ କାନ୍ତଳା ଗାଁ ଇଲେକ୍ଟ୍ରି ଷ୍ଟ୍ରକଚରର ଗ୍ରୀଡ଼ କଂଟ୍ରୋଲର ଭାବେ ଦୀର୍ଘ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ l ସେ ସବୁ ଦିନ ପରି ଗତକାଲି ରାତି 9 ଟାରୁ 9.30 ମିନଟ ସମୟରେ ପାଲଲହଡାରୁ କନ୍ତଳା କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କ ମୋଟର ବାଇକକୁ ବାଙ୍କଡର ନିକଟରେ ଧକ୍କା ଦେଇ ଥିଲା ଯାହା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ଖବର ପାଇ ତାଙ୍କ ସହ କର୍ମଚାରୀ ମାନେ ତାଙ୍କୁ ପାଲଲହଡା ଡାକ୍ତର ଖାନାକୁ ଆଣି ଥିଲେ ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁର୍ଘଟଣା ଘଟାଇ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ପାଲଲହଡା ପୋଲିସ ଶବକୁ ଜବତ କରି ଆଜି ଡାକ୍ତର ଖାନାରେ ଶବ ବ୍ୟବଛେଦ କରାଇ ଘଟଣାର ତଦନ୍ତ ଚଳାଇ ଥିବା ଜଣା ପଡିଛି l
କ୍ଷୀରୋଦ ପ୍ରଧାନ ଇଂଫୋରିଆ ବିଜନେସ ଆସୋସିଏଟେଟ କମ୍ପାନୀ ଅଧୀନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କ ମୃତ୍ୟୁରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି l ବିଦ୍ୟୁତ କର୍ମଚାରୀ କ୍ଷୀରୋଦ ପ୍ରଧାନଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇ ଥିବା ଯୋଗୁଁ ବିଦ୍ୟୁତ ବିଭାଗଠୁ କ୍ଷତି ପୂରଣ ଦାବୀରେ ଆଜି କ୍ଷୀରୋଦ ପ୍ରଧାନଙ୍କ ମୃତ ଦେହକୁ ଅଫିସ ସମ୍ମୁଖରେ ରଖି ଶତାଧିକ ଠିକା ବିଦ୍ୟୁତ କର୍ମଚାରୀ ଧାରଣା ରେ ବସିବା ସହ ପ୍ରତିବାଦ କରିଛନ୍ତି l
ଗୋଟିଏ ପଟେ ବିଦ୍ୟୁତ ବିଭାଗ ଅଫିସ ସମୁଖରେ ମୃତ ଦେହକୁ ଦୀର୍ଘ ସମୟ ଧରି ଧାରଣା ଓ ପ୍ରତିବାଦ କରୁଥିବାବେଳେ ଅନ୍ୟ ପଟେ ବିଦ୍ୟୁତ କାର୍ଯ୍ୟାଳୟକୁ ତାଲା ପକାଇ ବିଭାଗିୟ ଯନ୍ତ୍ରୀ ଓ ଅଧକାରୀ (SDO) ଫେରାର ହୋଇ ଯାଇଛନ୍ତି l ଧାରଣାରତ କର୍ମଚାରୀଙ୍କ ଅଭିଯୋଗକୁ ନେଇ ଆମେ ବିଦ୍ୟୁତ ବିଭାଗ ଅଧକାରୀଙ୍କୁ ଯୋଗାଯୋଗ କରି ଥିଲୁ ।ମାତ୍ର ସେ ତାଙ୍କ ପ୍ରତି କ୍ରିୟାରେ କହି ଥିଲେ ମୃତକ କର୍ମଚାରୀ ମୋ ଅଧୀନରେ କାମ କରୁ ନଥିଲେ । ସେ ଇମଫୋରିଆ ବିଜନେସ ଅସଓସିଏଟଟ କମ୍ପାନୀ ଅଧୀନରେ କାର୍ଯ୍ୟ କରୁ ଥିଲେ ଓ ସେ କମ୍ପାନୀ ହିଁ ମୃତକଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦେଇ ପାରିବେ ବୋଲି ପ୍ରତି କ୍ରିୟା ଦେଇ ଥିଲେ l