ସମ୍ବଲପୁର : ଅଷ୍ଟମ ଶ୍ରେଣୀ ଛାତ୍ର ନୀତୀଶ କୁମାର ସାହୁଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ନାକଟିଦେଉଳର ଅଷ୍ଟମ ଶ୍ରେଣୀ ଛାତ୍ର ନୀତିଶ କୁମାର ସାହୁଙ୍କୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅନନ୍ୟା ଦାସ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ୧୦ ଲକ୍ଷର ଚେକ୍ ପ୍ରଦାନ କରିଛନ୍ତି ।ଏହି ରାଶି ତାଙ୍କର ଉନ୍ନତ ଚିକିତ୍ସାସେବା ପ୍ରଦାନରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ରାଶି ମୁଖ୍ୟମନ୍ତ୍ରୀ ଯୋଗାଇ ଦେବାରୁ ନୀତିଶଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ନୀତିଶ କୁମାର ସାହୁ ମାରାତ୍ମକ ଡିଏନଡି ରୋଗରେ ପୀଡିତ । ବିଭିନ୍ନ ଜାଗାରେ ଚିକିତ୍ସା କ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳ ନ ଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସାସେବା ନିମନ୍ତେ ଅନୁରୋଧ କରିଥିଲେ ବୋଲି ନୀତିଶଙ୍କ ବାପା କହିଛନ୍ତି । ପୂର୍ବରୁ ମଧ୍ୟ ଏହି ସମାନ ରୋଗରେ ପୀଡିତ ଚିପିଲିମାର ଶ୍ରୀତମଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା ।