ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ଯୋଜନା । ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ଲକ୍ଷ୍ମୀ ଯୋଜନାରେ ରାଜ୍ୟ ସରକାର ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ,ଦଳ ସରକାର ଗୋଟିଏ ହୋଇ ଯାଇଛନ୍ତି । ଆଗରୁ ଜଣା ପଡ଼ିନଥିଲା । ପ୍ରଶାସନିକ ଅଧିକାରୀ ମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଦଳୀୟ ସରକାର ଓଡ଼ିଶାରେ କାମ କରୁଛି । ପିଅନ ଠାରୁ ଆରମ୍ଭ କରି ଆଇଏଏସ ଅଫିସର ମାନେ ଦଳ ପାଇଁ କାମ କରୁଛନ୍ତି । ନିର୍ବାଚନ ବେଳେ ଦଳ ପାଇଁ କାମ କରୁଥିବା କଥା ପ୍ରମାଣିତ ହୋଇଛି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା । କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଦିନକୁ ଦିନ ମୁହଁ ବଢ଼ି ଯାଉଛି । ଜନତା ଉଠାଇ ଫିଙ୍ଗି ଦେବା କଥା । ଗଣତନ୍ତ୍ରରେ ଜନତା ହିଁ ମାଲିକ । ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନ ଜଣେ ସରକାରୀ ସଚିବ । ତାଙ୍କ ଠାରୁ କଣ ଆଶା କରାଯାଇ ପାରିବ ବୋଲି କହି ନିନ୍ଦା କରିଛନ୍ତି ଜୟ ନାରାୟଣ ମିଶ୍ର ।