ନୂଆଦିଲ୍ଲୀ- ନିର୍ବାଚନ ଆୟୋଗ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ତାରିଖକୁ ନଭେମ୍ବର ୨୩ରେ ଦୁଇ ଦିନ ସ୍ଥଗିତ ରଖିଛନ୍ତି । ବର୍ତମାନ ୨୫ ନଭେମ୍ବରରେ ରାଜସ୍ଥାନରେ ଭୋଟ ଗ୍ରହଣ କରାଯିବ । ବାସ୍ତବରେ ୨୩ ନଭେମ୍ବରରେ ଦେବ ଉତ୍ଥାନ ଏକାଦଶୀ । ଏହି ଦିନ ରାଜସ୍ଥାନରେ ବହୁ ସଂଖ୍ୟା ବିବାହ ସମାରୋହ ଧାର୍ଯ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭୋଟ୍ ଦେବାର ତାରିଖ ବୃଦ୍ଧି କରାଯାଇଛି ।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରା ଯାଇଥିଲା । ସେହି ଦିନ ହୋଇଥିବା ବଡ଼ ଧରଣର ବିବାହ / ସାମାଜିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବିଭିନ୍ନ ମିଡ଼ିଆ ପ୍ଲାଟଫର୍ମରେ ମତଦାନ ତାରିଖର ପରିବର୍ତନ ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା । ଏହି ଦିନ ଭୋଟ୍ ଦେବା ବହୁ ସଂଖ୍ୟକ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଏହି ବିନ୍ଦୁ ଗୁଡ଼ିକୁ ବିଚାର କରି ଆୟୋଗ ନଭେମ୍ବର ୨୩ (ଗୁରୁବାର) ରୁ ନଭେମ୍ବର ୨୫ (ଶନିବାର) କୁ ଭୋଟ ତାରିଖ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି ।