
ବଲାଙ୍ଗିର : ଗତକାଲି ସ୍ଥାନୀୟ ଶାସ୍ତ୍ରୀ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ମଧ୍ୟରେ ଆନ୍ତର୍ଜାତୀୟ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୩ ପାଳନ କରା ଯାଇଛି l ଉକ୍ତ ଦିବସରେ ସମାଜ ରେ ବସବାସ କରୁଥିବା ଜନସାଧାରଣ ଙ୍କ ମଧ୍ୟ ରେ ମାନସିକ ଦୁସ୍ଥତା ବଢିବା ଏହାର ସୁପରିଚାଳନା ଓ ଓଡିଶା ସରକାର ଙ୍କ ପ୍ରଦତ୍ତ ବିଭିନ୍ନ ସରକାରୀ ମୁକ୍ତ ଚିକିତ୍ସା ର ଯୋଜନା ଓ ଏହାର ଉପଲବଦ୍ଧି ସମ୍ପର୍କରେ ସତ୍ୟ ରଞ୍ଜନ ମିଶ୍ର, ନିର୍ଦ୍ଧେଶକ ନେସନାଲ ପିସ ଊନୀସନ ବୁଝାଇ ଥିବାବେଳେ,ସ୍ଥାନୀୟ ଜନ ଆରୋଗ୍ୟ ସମିତି ର ସଭ୍ୟ ତଥା ପୂର୍ବତନ ପୌରାଞ୍ଚଳ କାଉନସେଲର ଶ୍ରୀଯୁକ୍ତ ପିତାମ୍ବର ଖମାରି ସ୍ଥାନୀୟ ୨୧ନମ୍ବର ୱାର୍ଡ ମଧ୍ୟରୁ ଯୋଗଦାନ କରି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କ ରେ ଆଲୋଚନା କରିଥଲେ l
ଉକ୍ତ ଆଲୋଚନା ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ମୋନୋରମା ଶତପଥି,ଅନୁଷ୍ଠାନ ର ସଭ୍ୟ ସଭ୍ୟା ଗଣ ଉପସ୍ଥିତ ରହି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜ ସୁନିଶ୍ଚିତ ମତ ଉପସ୍ଥାପନ କରିଥିଲେ l