ମିଆଁମାର : ଚୀନ –ମିଆଁମାର ସୀମାନ୍ତ ନିକଟ ଲାଇଜାର ଉତ୍ତର ଭାଗରେ ଥିବା ମୁଙ୍ଗ ଲାଇ ହକିୟେତ ବିସ୍ଥାପିତ ଶିବିରକୁ ତୋପରେ ଉଡାଇ ଦିଆଯାଇଛି । ଏହି ଶିବିରରେ 30ରୁ ଅଧିକ ଲୋକ ଥିଲେ । ତେବେ ଏହାକୁ ଉଡାଇ ଦେବା କାରଣରୁ ସମସ୍ତଙ୍କ ମୃତ୍ୟୁ ହୋଇଛି । ଏହି ଶିବରରେ 13ଜଣ ଶିଶୁ ଓ ମହିଳା ମଧ୍ୟ ଥିଲେ ।
କାଚିନ ମାନବାଧିକାର କମିଶନ ପକ୍ଷରୁ କୁହାଯାଇଛି ଯେ, ଏହି ଶିବିର ବିସ୍ଥାପିତଙ୍କ ନିମନ୍ତେ ନିର୍ମାଣ କରାଯାଇଥିଲା । ତେବେ ମିଆଁମାର ସେନା ଏହାକୁ ତୋପରେ ଉଡାଇ ଦେଇଛି । ଏହା ମିଆଁମାରର ଦ୍ୱିତୀୟ ବଡ ସହର ମାଣ୍ଡଲେ ଠାରୁ 324 କିଲୋମିଟର ଦୂର ଉତ୍ତର-ପୂର୍ବରେ ଅବସ୍ଥିତ । ଏହା ଯୋଗୁ 60ଜଣ ଆହତ ହୋଇଛନ୍ତି ।