କାବୁଲ : ଆଫଗାନିସ୍ତାନରେ ଆଜି ଭୋରରୁ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ରିକ୍ଟର ସ୍କେଲରେ 6.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଯାହାର କେନ୍ଦ୍ର ଭୂମି ତଳେ 10 କିଲୋମିଟର ଗଭୀରରେ ରହିଛି ।
ଏଠାରେ ସୂଚନାଯୋଗ୍ୟ, ଶନିବାର ଆଫଗାନିସ୍ତାନରେ ଭୟାବହ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପ୍ରାୟ 4ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ତାଲିବାନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । 2053 ଜଣଙ୍କର ମୃତ୍ୟୁ ହୋଇଥିବା ତାଲିବାନ ପକ୍ଷରୁ କୁହାଯାଇଛି ।