ଧର୍ମଶାଳା : ଧୀମା ବୋଲିଂ ପାଇଁ ବାଂଲାଦେଶ ଟିମ୍କୁ ଫାଇନ । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ଲିଗ ମ୍ୟାଚରେ ଧୀର ଓଭର କାରଣରୁ ବାଂଲାଦେଶ ଟିମ୍ ଉପରେ ମ୍ୟାଚ ଫିର 5 ପ୍ରତିଶତ ଜୋରିମାନା ଆଦାୟ କରାଯିବ ।
ନିର୍ଦ୍ଧାରିତ ସମୟ ଠାରୁ ଏକ ଓଭର କମ୍ ହେବା କାରଣରୁ ଏହି ଦଣ୍ଡ ଦିଆଯାଇଛି । ଖେଳାଳି ଓ ଖେଳାଳିଙ୍କ ସହାୟତା କର୍ମୀଙ୍କ ପାଇଁ ଆଇସିସି ଆଚାର ସଂହିତାର ଅନୁଚ୍ଛେଦ 2.22 ଅନୁସାରେ ଖେଳାଳିଙ୍କୁ ଟିମ ପକ୍ଷରୁ ଦିଆଯାଇଥିବା ସମୟ ମଧ୍ୟ ବୋଲିଂ କରିବାରେ ବିଫଳ ହେଲେ ପ୍ରତ୍ୟେକ ଓଭର ପାଇଁ ସେମାନଙ୍କ ମ୍ୟାଚ ଫିର 5 ପ୍ରତିଶତ ଜରିମାନା ଭାବେ କଟାଯିବ ।ଶାକିବ ଅଲ୍ ହସନ ଦୋଷକୁ ସ୍ୱୀକାର କରିବା ସହ ପ୍ରସ୍ତାବିତ ଦଣ୍ଡକୁ ମଧ୍ୟ ସ୍ୱୀକାର କରିଛନ୍ତି ।