କାଠମାଣ୍ଡୁ : ଇସ୍ରାଏଲରେ ମୃତ୍ୟୁବରଣ କରିଥିବା ନିଜ ଛାତ୍ରଙ୍କ ମୃତଦେହ ନେବା ପାଇଁ ଏୟାରସ୍ପେସ ଉପଲବ୍ଧ କରାଇବାକୁ ଦାବି କରିଛି ନେପାଳ । ଏହା ସମ୍ପର୍କରେ ନେପାଳର ବୈଦେଶିକ ମନ୍ତ୍ରରୀ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଚାଟାର୍ଡ ବିମାନର ଉଡାଣ ଭରିବା ଓ ଲ୍ୟାଣ୍ଡିଂ ନିମନ୍ତେ ଅନୁମତି ଦିଆଯାଉ ବୋଲି ନେପାଳ ଦାବି କରିଛି ।
ମୃତଦେହ ଆଣିବା ନିମନ୍ତେ ନେପାଳର ବୈଦେଶିକ ମନ୍ତ୍ରୀ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଟେଲିଫୋନୋ ଯୋଗ ଆଲୋଚନା କରିଥିଲା । ହମାସର ଆକ୍ରମଣକୁ ସେ ନିନ୍ଦା କରିଥିଲା । ସେ କହିଥିଲେ ଯେ ଆମେ ଇସ୍ରାଏଲ ସମର୍ଥନରେ ଅଛୁ ।