ବ୍ୟାଙ୍କକ : ହମାସ ଓ ଇସ୍ରାଏଲ ଆକ୍ରମଣ ଯୋଗୁ ଥାଇଲାଣ୍ଡର 18ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏନେଇ ଥାଇଲାଣ୍ଡ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରାଏଲରେ ରହୁଥିବା 30ହଜାର ଥାଇ ନାଗରିକଙ୍କ ମଧ୍ୟରେ 5ହଜାର ଥାଇ ଲୋକ ସଙ୍କଟରେ ଅଛନ୍ତି । ସେହିରି ଇସ୍ରାଏଲରେ ରହୁଥିବା 10ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।
ଏହି ଯୁଦ୍ଧରେ ଭାରତ ସହିତ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାନାଡା ସହିତ ପଶ୍ଚିମ ଦେଶଗୁଡିକ ଇସ୍ରାଏଲକୁ ସମର୍ଥନ କରୁଛନ୍ତି । ଆମେରିକା ମଧ୍ୟ-ପୂର୍ବ ସାଗରରେ ଇସ୍ରାଏଲକୁ ଯୁଦ୍ଧ ସାମଗ୍ରୀ ପଠାଇଛି । ତେବେ ଋଷ ଓ ଚୀନ ଆକ୍ରମଣକୁ ନିନ୍ଦା କରିଛନ୍ତି, ମାତ୍ର ଫାଲେଷ୍ଟାନର ତରଫଦାରି ମଧ୍ୟ କରିଛନ୍ତି ।