ରାଉରକେଲା : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ମାମଲାରେ ରାଉରକେଲା ପୁଲିସ ସ୍ଵର୍ଗତ ସୁସ୍ମିତାଙ୍କ କଲ୍ ଡିଟେଲ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।ଏନେଇ ଆଜି ତାଙ୍କର ମଉସା, ମାଉସୀ ଓ ଜଣେ ଦୂର ସଂପର୍କୀୟଙ୍କୁ ଏସପି ଅଫିସକୁ ଡକାଯାଇ ପଚରା ଉଚରା କରାଯାଇଛି ବୋଲି ଡିଏସପି ବନିତା ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମର୍ମରେ ସେ କହିଛନ୍ତି ଯେ, କିଛି ତଥ୍ୟ ହସ୍ତଗତ ହେଲାଣି ଖୁବ ଶିଘ୍ର ଏହାର ଖୁଲାସା କରାଜିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏହି ମାମଲାରେ ସୁସ୍ମିତାଙ୍କ ସ୍ଵାମୀଙ୍କ ସମେତ ଗୁରୁଣ୍ଡିଆ ବିଡ଼ିଓ ଓ ସିଡିପିଓ ଙ୍କୁ ପଚରା ଉଚରା ସରିଥିଲା। ମୃତ୍ୟୁକୁ ନେଇ ପୁଲିସି କୌଣସି ଖିଅ ପାଇନଥିଲା, ତେବେ ଆଜି ଆଉ ୩ ଜଣଙ୍କୁ ସିଡିଆର ଭିତିରେ ପଚରା ଉଚରା କରିବା ପରେ ମୃତ୍ୟୁ ସଂପର୍କରେ ଖୁବ ଶିଘ୍ର ଖୁଲାସା ହେବ ବୋଲି ପୁଲିସ କହିବା ପରେ ସୁସ୍ମିତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଚାହିଁ ରହିଥିବା ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।