ନୂଆଦିଲ୍ଲୀ : ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଯୁଦ୍ଧ ସ୍ଥିତି ବିଷୟରେ ଜଣାଇଛନ୍ତି । ଫୋନ କରି ଅପଡେଟ୍ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଫୋନ୍ କରି ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରାଇଥିବାରୁ ନେତାନ୍ୟାହୁଙ୍କୁ ଧନ୍ୟବାଦ ।
ଏହି କଠିନ ସମୟରେ ଭାରତ ଇସ୍ରାଏଲ୍ ସହ ଅଛି । ସମସ୍ତ ପ୍ର୍ରକାର ଆତଙ୍କବାଦକୁ ଭାରତ ଦୃଢ ନିନ୍ଦା କରୁଛି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।