ସୁନ୍ଦରଗଡ଼ : ଇବ୍ ନଦୀ ପୋଲ ଉପରୁ ଉଦ୍ଧାର ହୋଇଥିବା ମାଆ, ଝିଅ ଶେଷରେ ନିଜ ରାଜ୍ୟ ଛତିଶଗଡ଼କୁ ଫେରିଛନ୍ତି । ସମସ୍ତ ବିଧି ବ୍ୟବସ୍ଥା ଅନୁସାରେ ପରିବାର ଲୋକଙ୍କୁ ମାଅ, ଝିଅଙ୍କୁ ହସ୍ତାନ୍ତର କରିଛି ପରିବାର । ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗ୍ରାମରେ ତାଙ୍କ ଘର । ଏ ସମ୍ପର୍କିତ ଖବର ପାଇବା ପରେ ତାଙ୍କୁ ନେବା ପାଇଁ ଗାଁରୁ ଆସିଥିଲେ ସମ୍ପୃକ୍ତ ମହିଳାଙ୍କ ସାନ ଝିଅ ଓ ଯାଆ ।
ପ୍ରକାଶ ଥାଉକି, ଗତ ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଏହି ଦୁଇ ମହିଳା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ ।