ଭୁବନେଶ୍ୱର : ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକଙ୍କ ପାଖରୁ ଅନୁରୋଧ ଆସିବା ପରେ ଆର୍ଥିକ ବ୍ୟବସ୍ଥା କରାଯାଉଛି। ନିର୍ଦ୍ଧିଷ୍ଟ ସମୟ ସୀମାମଧ୍ୟରେ କାମ ସରିବ। ବିଜେପି ଆପତି କରିବାରେ କିଛି ସମସ୍ୟା ନାହିଁ। ଶଙ୍ଖ ପବିତ୍ରତାର ପ୍ରତୀକ। କେନ୍ଦ୍ରର ଜନଔଷଧି ନାମ କଣ ରଖା ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅତନୁ। କେନ୍ଦ୍ରର ଜନଔଷଧି କାର୍ଯ୍ୟକ୍ରମକୁ ବିଜେପି ନାରେ ନାମିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ। ଶଙ୍ଖ ଚିହ୍ନ କୁ ନେଇ କୌଣସି ବ୍ରାଣ୍ଡିଙ୍ଗ କରାଯାଉନି। ବିଜେଡି ଲୋକଙ୍କ ପାଖକୁ ଯାଉଛି। ସେମାନେ ଲୋକଙ୍କ ପାଖକୁ ଯାଇ ପାରିନାହାନ୍ତି,ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି।