ଭୁବନେଶ୍ୱର : ନାଳରେ ପଡ଼ି ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୁଳିଅଣା ଥାନା ପାରିଆକୁଲି ଗ୍ରାମରେ। ଘର ନିକଟରେ ଖେଳୁଥିବା ବେଳେ କାଜୁ ବାଗନ୍ ସୁରକ୍ଷା ପାଇଁ ଖୋଳା ଯାଇଥିବା ନାଳରେ ପଡି ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଛି । ନାଳରେ ପଡିବା ପରେ ପରିବାର ଲୋକେ ଉଦ୍ଧାର କରି କୁଳିଅଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।