
Palestinians inspect the rubble of the Yassin Mosque destroyed after it was hit by an Israeli airstrike at Shati refugee camp in Gaza City, early Monday, Oct. 9, 2023. Israel's military battled to drive Hamas fighters out of southern towns and seal its borders Monday as it pounded the Gaza Strip. (AP Photo/Adel Hana)
ତେଲଅଭିଭ/ଜେରୁଜେଲମ : ରକ୍ତମୁଖା ଇସ୍ରାଏଲ । ପାଲେଷ୍ଟାଇନର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଏବେ ଯୁଦ୍ଧକୁ ପ୍ରଚଣ୍ଡ କରିଛି ଇସ୍ରାଏଲ । ସ୍ଥଳଠାରୁ ଆରମ୍ଭ କରି ଆକାଶମାର୍ଗରୁ ଘେରାବନ୍ଦୀ କରିଛି ଇସ୍ରାଏଲ । ଗାଜା ଷ୍ଟ୍ରିପକୁ ଚାରିପଟୁ ଘେରି ବିଜୁଳି, ଇନ୍ଧନ, ଖାଦ୍ୟ-ପାନୀୟ ଯୋଗାଣକୁ ବନ୍ଦ କରିଛି । ହମାସ ବିପକ୍ଷରେ ଯୁଦ୍ଧ ଡାକରା ଦେଇ ଇସ୍ରାଏଲ ନିଜର 3ଲକ୍ଷ ସୈନିକଙ୍କୁ ଯୁଦ୍ଧ ମୈଦାନକୁ ପଠାଇଛି । ଯାହାକୁ ନେଇ ବିଳବିଳଉଛି ଆତଙ୍କବାଦୀ ସଂଗଠନର ନେତା ମୁସା ଆବୁ ମାରଜୁକ୍ । ସେ କହିଛି, ସଂଗଠନର ଯୋଦ୍ଧାମାନେ ଲକ୍ଷ୍ୟ ହାସଲ କରିଛନ୍ତି । ଇସ୍ରାଏଲ ସହିତ ଏକ ସମ୍ଭାବ୍ୟ ଅସ୍ତ୍ରବିରତି ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ଏହି ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷର 1,587 ଲୋକ ପ୍ରାଣ ହରାଇଛନ୍ତି।