ଜୟପୁର : ଶ୍ମଶାନ ପାଇଁ ଜାଗା ଯୋଗାଇ ଦେବାକୁ ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ । ଏନେଇ ଜୟପୁର ଉପ ଜିଲାପାଳଙ୍କୁ ରଣ୍ଡାପାଲ୍ଲି ପଞ୍ଚାୟତର ପାତ୍ରଗୁଡା ଓ ଟାଙ୍କୁଗୁଡା ଗ୍ରାମବାସୀ ମିଳିତ ବାବେ ଆଜି ଦ୍ଵାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଦୁଇ ଗ୍ରାମରେ ପରଜା ଓ ଗାଦବା ସମ୍ପ୍ରଦାୟର ଆଦିବାସୀ ମାନେ ଆଜିକୁ ଶହେ ବର୍ଷରୁ ଉର୍ଦ୍ଧ୍ଵ ବର୍ଷ ଧରି ବସବାସ କରି ଆସୁଛୁ । ବର୍ତମାନ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ନୂତନ କ୍ୟାମ୍ପସ ନିର୍ମାଣ କରିବାକୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ଜମି ଭିତରେ ଶ୍ମଶାନ ରହିଛି । ଫଳରେ ବର୍ତମାନ ଯଦି ଗ୍ରାମର କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ଶବ ଦାହ କରିବା ସକାଶେ ଜାଗାର ଅଭାବ ସାଙ୍ଗକୁ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ତେଣୁ ପ୍ରଶାସନ ଶବ ଦାହ କରିବାକୁ ଶ୍ମଶାନ ପାଇଁ ଜାଗା ଯୋଗାଇବାକୁ ବିଶ୍ଵନାଥ ପୁଜାରୀ, କୁଳୁ ପରଜା, ଚୈତନ୍ୟ ଗାଦବା ପ୍ରମୁଖ ଦାବି କରିଛନ୍ତି ।