ସତ୍ୟରଞ୍ଜନ ପଣ୍ଡା
ଡେରାବିଶ : ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଆଜି ଚାନ୍ଦୋଳ ନିକଟସ୍ଥ ବାଙ୍କୀ ମୁଣ୍ଡାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ସମାଜ ସେବୀ ଅଜୟ ରାଉତଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧିଜୀଙ୍କ ସ୍ୱପ୍ନର ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଓ ଜନ ସଚେତନତା କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ବିଜୁ ଜନତା ଦଳ ପକ୍ଷରୁ ବାଙ୍କୀ ମୁଣ୍ଡେଇ ସ୍ଥିତ ମନ୍ଦିରର ଚତୁର୍ପାର୍ଶ୍ଵ ସଫେଇ ଓ ଏହାର ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରାଯିବା ସହ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦୀର୍ଘ ୨କିଲୋମିଟର ଅସହ୍ୟ ରୌଦ୍ର ତାପକୁ ଖାତିର ନ କରି ପଦଯାତ୍ରା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଦୀର୍ଘ ୧୫ବର୍ଷର ନିସ୍ୱାର୍ଥ ପର ଭାବରେ ବରିଷ୍ଠ ସମାଜ ସେବୀ ଅଜୟ ରାଉତ ପାଟକୁରା ଅଞ୍ଚଳରେ ବେଶ ପରିଚିତ । ଏହି ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଅଜୟ ରାଉତଙ୍କ ଅଧ୍ୟକ୍ଷତାରେ ବହୁ ସଂଖ୍ୟକ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । “ବୃକ୍ଷ ହିଁ ଜୀବନ” ଅନାବଶ୍ୟକ ଭାବେ ଗଛ ନକାଟିବା ଓ ଏହାର ସୁରକ୍ଷା ଦିଗରେ ଚିନ୍ତା କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରିବା ପାଇଁ ସମାଜ ସେବୀ ଅଜୟ ରାଉତ ସ୍ଥାନୀୟ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ।