ଚଣ୍ଡିଗଡ : ହରିଆଣା ମେୱାତ ଅଞ୍ଚଳର ନୁଁହ ଠାରେ ହିନ୍ଦୁ ଭକ୍ତ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ରୋହିଙ୍ଗିଆ ମାନଙ୍କର କନେକ୍ସନ ଥିବା ଘଟଣା ସାମନାକୁ ଆସିଛି । ଏହି ମାମଲାରେ ପୋଲିସ ଦୁଇ ଜଣ ରୋହିଙ୍ଗିଆଙ୍କୁ ଗିରଫ କରିଥିବା ଜଣା ପଡିଛି ।
ଏହି ମାମଲାରେ ପୋଲିସ ମେହବୁବ ଓ ସୈଫୁଲ୍ଲାକୁ ଗିରଫ କରିଛି । ସେମାନେ ପଚରା ଉଚୁରା ବେଳେ ସ୍ୱୀକାର କରିଛନ୍ତି ସେ ମାନେ ଅନେକ ଲୋକ ମାନଙ୍କ ସହ ମ୍ୟାଁମାରରୁ ପ୍ରଥମେ ଆସାମ ଆସିଥିଲେ ଓ ସେଠାରେ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ତିଆରି କରିଥିଲେ ।ସେଠାରୁ ସେମାନେ ଦିଲ୍ଲୀ ଆସିଥିଲେ । ଦିଲ୍ଲୀରେ ଥିବା ବେଳେ ସେମାନେ ନୁହଁର ଏକ ମୌଲାନାର ସମ୍ପର୍କରେ ଆସିଥିଲେ । ସେ କହିବା ପରେ ସେମାନେ ନୁହଁରେ ଆସି ରହୁଛନ୍ତି ।
ଏହି ଘଟଣା ସାମନାକୁ ଆସିବା ପରେ ଏବେ ପାଖାପାଖି 2 ହଜାର ଲୋକଙ୍କର ଆଧାର କାର୍ଡ ଜାଂଚ କରାଯିବ ବୋଲି ହରିଆଣା ପୋଲିସ ପକ୍ଷରୁ ସୂଚନା ଦିଆଯ।ଇଛି ।