ନୂଆଦିଲ୍ଲୀ : କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କଲେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ଜାତିଭିତ୍ତିକ ଜନଗଣନା ଏବଂ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରାଯିବ ।
ସୋମବାର ପାର୍ଟି ମୁଖ୍ୟାଳୟରେ ବସିଥିବା ବୈଠକରେ ଖଡଗେ କହିଛନ୍ତି କ୍ଷମତାରେ ଥିବା ସରକାର ମହିଳାଙ୍କୁ ସେମାନଙ୍କର ଅଧିକାର ଦେବାକୁ ଚାହୁଁନାହାନ୍ତି । ରାଜନୈତିକ ଫାଇଦା ପାଇଁ କେବଳ ମହିଳା ସଂରକ୍ଷଣ କରାଯାଇଛି । ଯଦି ମୋଦି ସରକାର ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହାନ୍ତି ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିଥାନ୍ତେ ବୋଲି ଖଡଗେ କହିଛନ୍ତି ।
ଏହି ଅବସରରେ ଖଡଗେ କହିଛନ୍ତି ଯେ, ଆମକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଭାବ ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ହେବ ।