ଜେରୁଜଲେମ : ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପରେ ହମାସ୍ ଆତଙ୍କବାଦୀ ଇସ୍ରାଇଲର ମହିଳାମାନଙ୍କୁ ଦୁଷ୍କର୍ମ କରିବା ସହ ବନ୍ଧକ ରଖିଥିବା ଶିଶୁ ମାନଙ୍କୁ ଅସ୍ତ୍ର କରୁଛନ୍ତି । ଆତଙ୍କବାଦୀ ମାନେ ଶିଶୁଙ୍କୁ ବନ୍ଧକ ରଖିବା ସହ ସେମାନଙ୍କୁ ପଶୁ ଭଳି ପଞ୍ଜୁରୀରେ ବନ୍ଦୀ କରି ରଖିଛନ୍ତି ।
ହମାସ୍ ଆତଙ୍କବାଦୀମାନେ ଗାଜା ପଟ୍ଟିରେ କେତେକ ଇସ୍ରାଇଲ୍ ନାଗରିକଙ୍କୁ ବନ୍ଧକ ରଖିଛନ୍ତି । ଏଥିରେ ମହିଳାଙ୍କ ସହିତ ବହୁ ସଂଖ୍ୟାରେ ଶିଶୁ ରହିଛନ୍ତି । ଇସ୍ରାଏଲ୍ ୱାର ରୁମ୍ ନିଜର ଅଫିସିଆଲ ଟ୍ଵିଟର ଆକାଉଂଟରେ ଏ ସମ୍ପର୍କିତ କିଛି ଫୋଟୋ ପୋଷ୍ଟ କରିବା ସହ ଉଲ୍ଲେଖ କରିଛି ଯେ, ହମାସ୍ ବହୁ ସଂଖ୍ୟାରେ ମହିଳାଙ୍କୁ ବନ୍ଧକ ରଖିଛି ।
ହମାସ୍ ର ମୁଖପାତ୍ର ଏକ ବୟାନରେ କହିଛନ୍ତି ଯେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଯେତିକି ଭାବୁଛନ୍ତି, ବନ୍ଧକ ମାନଙ୍କର ସଂଖ୍ୟା ତା ଠାରୁ ଯଥେଷ୍ଟ ଅଧିକ ରହିଛି ।