ଭୁବନେଶ୍ୱର : ପୁଣି ଅଲୋଡା ଶିଶୁ କନ୍ୟା । ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା କମରପୁର ନିକଟରେ ଏକ ବୁଦା ମୂଳରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଟିର ଶରୀରରେ କ୍ଷତ ଚିହ୍ନ ରହିଛି । ଗ୍ରାମବାସୀ ଶିଶୁକୁ ଉଦ୍ଧାର ପରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଶିଶୁଟିକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।