ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରି ଠାରେ ଆଜି ଜନଜାତି ସମ୍ପ୍ରଦାୟର ଦିସାରି ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାଡେ ସଂଘ ଜିଲ୍ଲା ସଭାପତି ଈର୍ମା ମାଢ଼ି ଯୋଗଦେଇ ଜନଜାତି ପରମ୍ପରାକୁ ନେଇ ବିଭିନ୍ନ ଆଲୋଚନା କରିଥିଲେ। ତେବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜିଲ୍ଲା ଅଧ୍ୟକ୍ଷ ଆଡମା ରାବା ଆଦିବାସୀ ସଂସ୍କତି କଳା ଓ ପରମ୍ପରାକୁ ବଜାୟ ରଖିବା ଲାଗି ଉଚିତ୍ ପଦକ୍ଷେପ ନେବା ସହ ଜିଲ୍ଲାର ଉନ୍ନତିକରଣ ଦିଗରେ ପ୍ରଚେଷ୍ଟା ଜାରି ରଖିଥିବାରୁ ସଭାରେ ସଂଘ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଆଡମା ରାବା ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନଜାତି ସଂରକ୍ଷଣ ଏବଂ ତା ସହ ଜିଲ୍ଲାର ଜନସାଧାରଣଙ୍କ ଲାଗି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥିତ ଥିବା ଶତାଧିକ ଜନଜାତି ପୂଜାରୀ ଦିଶାରି ବାଡେ ମାନଙ୍କୁ ବୁଝେଇ କହିଥିଲେ।
ଆଜିର ଏହି ସାଧାରଣ ସଭା ପରିଚାଳନା ଶ୍ରୀମତୀ ସୁକୁରି ମାଡକାମି କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବାଡେ ପଞ୍ଚାୟତ ସଭାପତି ବଳରାମ ନାୟକ, ଉପ ସଭାପତି ବୁଦ୍ରା ମାଡକାମି, ସମ୍ପାଦକ ସୁରେନ୍ଦ୍ର ହଲବା, କୋଷାଧ୍ୟକ୍ଷ ନରସିଂହ ମାଢ଼ି, ଉପଦେଷ୍ଟା ଦେବା କବାସି, ମାସା ମାଡକାମି, ତ୍ରିନାଥ ରଞ୍ଜିତ, ମୁକା ମାଢ଼ି, ନରସିଂହ ଖରା, ମୁକୁନ୍ଦ ମାଡକାମି, ମାଲା ମାଢ଼ି, ସାନା ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ସଭାର ଆୟୋଜନ କରିଥିଲେ।