ଭୁବନେଶ୍ୱର : ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ତ୍ୟାଗ, ସମର୍ପଣ ଓ ସେବାର ପ୍ରତୀକ । ପୁରୀ ସତ୍ୟବାଦୀ ଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ସେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶର କଳ୍ପନା କରିଥିଲେ । ସମାଜରେ ସେବାର ଏକ ନୂଆ ପରିଭାଷା ତିଆରି କରିଥିବା ଯୁଗଦ୍ରଷ୍ଟା ମହାପୁରୁଷଙ୍କୁ ଜୟନ୍ତୀରେ ମୋର ପ୍ରଣାମ । ତାଙ୍କର ବିଚାର ଓ ଆଦର୍ଶ ସବୁଦିନ ପାଇଁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ।