ଗଞ୍ଜାମ, ୮ ଅକ୍ଟୋବର :- ସାଧାରଣ ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ପଂଚାୟତରେ ଗୋଷ୍ଠି ବିବାଦ ବଢିବାରେ ଲାଗିଛି । ଗତ ମାସକ ମଧ୍ୟରେ ୫ଟି ମୁଣ୍ଡ ଗଡିବା ସହ ଏନେଇ ଅଶାନ୍ତି ବଢିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଗତ ସପ୍ତାହରେ ଏହି ବ୍ଲକ ହିଞ୍ଜିଳିକାଟୁ ଥାନା ଅଧିନ ତହଁର ଗ୍ରାମରେ ଗଣେଷ ମୂର୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିବା ଏବଂ ଜଣେ ୱାର୍ଡ଼ ସଭ୍ୟ ମଧ୍ୟ ଆହତ ହୋଇଥିଲେ । ଏଭଳି ପରିସ୍ଥିତିରେ ଆଜି ପିତଳ ପଂଚାୟତରେ ଉନ୍ନୟନମୂଳକ କାମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାରପିଟ୍ ଓ ସଂଘର୍ଷ ହୋଇଛି । ଏଥିରେ ସରପଂଚ ରାମରାଘବ ପାତ୍ରଙ୍କ ସମେତ ଦୁଇ ଗୋଷ୍ଠିରୁ ୯ ଜଣ ଆହତ ହୋଇଛନ୍ତି । ଉଭୟ ପକ୍ଷ ଏ ସମ୍ପର୍କରେ ଆସିକା ଥାନାରେ ଏତଲା କରିଛନ୍ତି ।