ନୂଆଦିଲ୍ଲୀ, 08 ଅକ୍ଟୋବର : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ କିଛି ସୁପାରିସ କରିଛି ।