ଅନଗୁଳ(ସୁବ୍ରତ ଦାଶ): ପାଲଲହଡା ଦେଇ ଯାଇଥିବା କଲିକତା ଓ ବମ୍ବେକୁ ସଂଯୋଗ କରୁଥିବା 49 ନଂ ଜାତୀୟରାଜପଥ ମୁକ୍ତପୁର ଗ୍ରାମରେ ସଡକ ଦୂର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ମୃତକମାନେ ହେଲେ ଦୁଇ ଯୁବକ ରାଜେଶ ଶୁଣ୍ଢୀ, 17 ମାଲ୍ୟାଗିରି କଲେଜରେ ଯୁକ୍ତ 2 ଛାତ୍ର ଓ ତାଙ୍କ ସାଙ୍ଗ ମାଧବ ସାମଡ଼ (25) । ଦୁହେଁ ଆଜି ଭୋର 5ଟାରେ ମର୍ନିଙ୍ଗ ୱାର୍କ ସାରି ଘରକୁ ଫେରୁଥିବା ସମୟରେ ମୁକ୍ତପୁରୁ ଗାଁ ନିକଟସ୍ଥ ମହେନ୍ଦ୍ରା ସୋରୁମ ସମୁଖରେ ଉଭୟ ଯୁବକଙ୍କୁ ପଛପଟୁ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗାଡି ଧକ୍କାରେ ଉଭୟ ରାଜେଶ ଓ ମାଧବ ରାସ୍ତା କଡ଼କୁ ଛିଟିକିହୋଇ ପଡ଼ିଥିଲେ ।ଉଭୟଙ୍କ ଘଟଣା ସ୍ଥଳରେ ମୃତୁ ଘଟିଥିଲା । ଘଟଣା ସଂପର୍କରେ ଖବର ପାଇ ପରେ ଗାଁ ଲୋକ ଦେଖିବା ପରେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପାଲଲହଡା ପୋଲିସ ଅଧିକାରୀ ପାରାଓ ଟୁଡୁ ଘଟଣା ସ୍ଥଳରେ ପହଂଚି ଦୁଇ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇଛନ୍ତି ।
ଦୂର୍ଘଟମା ପରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତଜେନା ଲାଗିରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝା ସୁଝା କରି ଆୟତ କରିଥିଲେ ।ଏଥି ସହ ପୋଲିସ ଘଟମାର ତଦନ୍ତ ଆରମ୍ଭ କରିଛି l ଦୁଇ ଅଦବାସୀ ଯୁବକଙ୍କ ଅକାଳ ମୃତ୍ୟୁରେ ପାଲଲହଡା ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି । ଡାକ୍ତର ଖାନାରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଲାଗି ଥିବା ବେଳେ ଦୁଇ ଯୁବକଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ପାଇଁ ଅଦବାସୀ ସମାଜ ପ୍ରଶାସନ ନିକଟରେ ଦାବୀ ଜଣାଇ ଛନ୍ତି l
ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଓ ସ୍ଥାନୀୟ ତହସିଲଦାର ସୁଦାମ ମାରାଣ୍ଡି ପହଂଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ମୃତକ ପରିବାରକୁ କିଭଳି ଉଚିତ ସରକାରୀ ସହାୟତା ମିଳି ପାରିବ ପର୍ତୁଶ୍ରିତି ଦେଇ ଥିଲେ l ଦୁଇ ଅଦବାସୀ ଯୁବକ ବେଶ ମିଷ୍ଠ ଭାସି ଥିଲେ l ଉଭୟଙ୍କ ମୃତ୍ୟୁ ରେ ସାରା ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି l